ବିଧାନସଭା ନିର୍ବାଚନ ପାଇଁ ବିଜେଡିର ତୃତୀୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ନବୀନ

ଭୁବନେଶ୍ୱର- ବିଧାନସଭା ନିର୍ବାଚନ ପାଇଁ ବିଜେଡି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ତୃତୀୟ ପର୍ଯ୍ୟାୟ ତାଲିକା ଅନୁସାରେ ରେଙ୍ଗାଳିରୁ ସୁଦର୍ଶନ ହରିପାଲ , ରାଉରକେଲାରୁ ସାରଦା ପ୍ରସନ୍ନ ନାୟକ, ବୀରମିତ୍ରପୁରରୁ ରୋହିତ ଯୋଶେଫ ତିର୍କୀ, କେନ୍ଦୁଝରରୁ ମୀନା ମାଝୀ, ରାଇରଙ୍ଗପୁରରୁ ରାଇସିନ ମୁର୍ମୁ, ବାଲେଶ୍ଵରରୁ ସ୍ୱରୂପ କୁମାର ଦାସ, ବାରବାଟୀ-କଟକରୁ ପ୍ରକାଶ ବେହେରା, ସାଲେପୁରରୁ ପ୍ରଶାନ୍ତ ବେହେରା ଓ ଜୟଦେବରୁ ନବକିଶୋର ମଲ୍ଲିକ ନିର୍ବାଚନ ଲଢ଼ିବେ ।

ସୂଚନାଯୋଗ୍ୟ ଯେ, ବିଜେଡି ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୭୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଦଳ ୨୭ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ଆଜି ୯ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେଡି । ବିଜେଡି ୨୧ ମଧ୍ୟରୁ ୨୦ଟି ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିସାରିଛି। କେବଳ ବାଲେଶ୍ଵର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ଅଛି ।

Comments are closed.