ଖରା ଯୋଗୁଁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରର ସମୟ ପରିବର୍ତ୍ତନ କଲେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

ଭୁବନେଶ୍ୱର – ପାଣିପାଗ ବିଭାଗର ଗ୍ରୀଷ୍ମ ପ୍ରବାହ ଚେତାବନୀ ଆଧାରରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସକାଳୁଆ ସ୍କୁଲ୍ ଟାଇମରେ ପରିବର୍ତ୍ତନ କରିଛନ୍ତି । ଏଣିକି ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ସକାଳ ସାଢେ ୬ରୁ ଆରମ୍ଭ ହୋଇ ସାଢେ ୧୦ଟା ଯାଏଁ ଚାଲିବ ।

ସୂଚନାଯୋଗ୍ୟ ଯେ, ଖରା ତାତି ଯୋଗୁଁ ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲା ପ୍ରଶାସନ ମଧ୍ୟ ସ୍କୁଲ ଟାଇମରେ ପରିବର୍ତ୍ତନ କରିଛନ୍ତି।

Comments are closed.