ଅନାଥ ୫ ଭାଇଭଉଣୀଙ୍କୁ ଥଇଥାନ କଲା କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ କମିଟି 

ଫୁଲବାଣୀ – କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରମୁଲି ଅଞ୍ଚଳର ୫ ଅନାଥ ପିଲାଙ୍କ ଦୁର୍ଦ୍ଦଶା ବିଷୟରେ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସେମାନଙ୍କ ଥଇଥାନ ପାଇଁ ପଦକ୍ଷେପ ନେଇଛି । ପାଞ୍ଚ ଭାଇଭଉଣୀ ପ୍ରଥମେ ନିଜ ମାଆଙ୍କୁ ହରାଇଥିବା ବେଳେ ଗତମାସରେ ବାପାଙ୍କର ବି ମୃତ୍ୟୁ ଘଟିଥିଲା । ଅନାଥ ପିଲାମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ ଜିଲ୍ଲା ଚାଇଲ୍ଡ ଲାଇନ ଓ ପ୍ରେମ ସ୍ୱେଚ୍ଛାସେବୀ ସଙ୍ଗଠନ । ଆଜି ୫ ଅନାଥ ପିଲାଙ୍କୁ ( ତିନି ଭଉଣୀ ଓ ଦୁଇ ଭାଇ) ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ନିଆଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନଙ୍କ ତତ୍ତ୍ୱାବଧାନରେ ସେମାନଙ୍କୁ କାଉନସେଲିଂ କରାଯାଇଥିଲା । ଦୁଇ ଭାଇଙ୍କୁ କଳିଙ୍ଗା ଶିଶୁ ଯତ୍ନ ଅନୁଷ୍ଠାନ ଓ ଦୁଇ ଭଉଣୀଙ୍କୁ ଘୁ. ଉଦୟଗିରି ଶିଶୁ ଯତ୍ନ ଅନୁଷ୍ଠାନ ହଷ୍ଟେଲରେ ଥଇଥାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଶିଶୁ ମଙ୍ଗଳ କମିଟି। ବଡ଼ ଭଉଣୀଙ୍କୁ ଫୁଲବାଣୀ ସରକାରୀ ପଲିଟେକନିକ୍ ରେ ପାଠ ପଢ଼ିବା ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.