ହିଞ୍ଜିଳି ନିକଟରେ ଓଲଟିଲା ପିକ ଅପ୍ : ୨ ଦଣ୍ଡୁଆ ମୃତ

ହିଞ୍ଜିଳି – ସକାଳୁ ସକାଳୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିକଟରେ ସଡ଼କ ଦୁର୍ଘଟଣା । ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଏକ ପିକଅପ୍ ଓଲଟି ପଡିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୧ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତକ ଦୁଇ ଜଣ ଦଣ୍ଡୁଆ ବୋଲି ଜଣାପଡିଛି। ଆଜି ଭୋରରୁ ୨୨ ଜଣ ଦଣ୍ଡୁଆ ବ୍ରହ୍ମପୁରରୁ କ୍ଷତ୍ରି ବ୍ରହ୍ମପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କୁ ହିଞ୍ଜିଳି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୬ ଜଣ ଦଣ୍ଡୁଆଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ମଧ୍ୟରୁ ଜଣଙ୍କ ନାଁ ସନିଆ ନାୟକ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିନାହିଁ।

Comments are closed.