ଭୁବନେଶ୍ୱର – ରାଜ୍ୟରେ ଆଜି ବି ପ୍ରବଳ ଗରମ ଅନୁଭୂତ ହେଉଛି। ଦିନ ୧୧ଟା ୩୦ ମିନିଟ ସୁଦ୍ଧା କେନ୍ଦୁଝରରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ୩୮.୬ ଡିଗ୍ରୀ ସହ କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ଝାରସୁଗୁଡ଼ା ଓ ସମ୍ବଲପୁରରେ ୩୭.୪ ,ଚାନ୍ଦବାଲିରେ ୩୭.୨, ହୀରାକୁଦରେ ୩୬.୯ , ରାଉରକେଲାରେ ୩୬.୬, ଭୁବନେଶ୍ବରରେ ୩୬.୨, ବାଲେଶ୍ବରରେ ୩୬, ଗୋପାଳପୁରରେ ୩୨.୨, ପୁରୀରେ ୩୧.୮ ଏବଂ ପାରାଦୀପରେ ୩୧.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ହିଟୱେଭ ପାଇଁ ୧୮ଟି ଜିଲ୍ଲାକୁ ଜାରି କରାଯାଇଛି ସତର୍କ ସୂଚନା ।
Comments are closed.