ଚାରି ସହରର ତାପମାତ୍ରା ୪୩ ଡିଗ୍ରୀ ଛୁଇଁଲା, ଅନୁଗୁଳ ଉତ୍ତପ୍ତ ସହର

ଭୁବନେଶ୍ୱର – ଆଜି ମଧ୍ୟ ରାଜ୍ୟରେ ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଆଜି ଚାରିଟି ସହରର ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି । ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା ଅନୁଗୁଳରେ ରେକର୍ଡ କରାଯାଇଛି। ୪୩ ଦଶମିକ ୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ମାଲକାନଗିରିରେ ୪୩ ଦଶମିକ ୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ଏବଂ ଟିଟିଲାଗଡରେ ତାପମାତ୍ରା ରହିଛି ୪୩ ଡିଗ୍ରୀ ସେଲସିୟସ । ଶୁକ୍ରବାର ରାଜ୍ୟର ଉତ୍ତପ୍ତ ସହର ଥିବା ଭୁବନେଶ୍ୱରରେ ତାପମାତ୍ରା ଅପେକ୍ଷାକୃତ କମ୍ ରହିଛି । ଏଠାରେ ଆଜି ସର୍ବାଧିକ ଦିନ ତାପମାତ୍ରା ଥିଲା ୩୯ ଦଶମିକ ୬ ଡିଗ୍ରୀ ସେଲସିୟସ। କଟକରେ ୪୦ ଦଶମିକ ୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

Comments are closed.