ବନ୍ୟଜୀବ ଛାଲ ବିକ୍ରି ହେଉଥିବା ବେଳେ ବନ ବିଭାଗର ଚଢ଼ାଉ : ୭ ଗିରଫ

ପାରଳାଖେମୁଣ୍ଡି – ବାଘ ଛାଲ ବିକ୍ରି ମୂଲଚାଲ ଚାଲିଥିବା ବନ କର୍ମଚାରୀ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫ଟି କଲରା ପତରିଆ ବାଘ ଛାଲ ଜବତ କରିଛନ୍ତି । ଏଥିସହ ଗୋଟିଏ ବଣ ବିଲେଇ ଛାଲ, ଗୋଟିଏ ମାଛରଙ୍କା ବିଲେଇ ଛାଲ ଓ ୨୬ କେଜି ବଜ୍ରକପ୍ତା କାତି ମଧ୍ୟ ଜବତ କରିଛି ଗଜପତି ଜିଲ୍ଲା ବନ ବିଭାଗ ।

ଗଜପତି ଜିଲ୍ଲା ରାମଗିରି ବନାଞ୍ଚଳ ମଣ୍ଡଳସାହି ନିକଟରେ ବନ୍ୟଜୀବ ଛାଲ ପାଇଁ ଡିଲ୍ ଚାଲିଥିଲା । ଏ ନେଇ ସୂଚନା ମିଳିବା ପରେ ବେପାରୀ ପରିଚୟରେ ଡିଲ୍ ହେଉଥିବା ସ୍ଥାନରେ ପହଞ୍ଚିଥିଲେ ବନ ଅଧିକାରୀ। ଡିଲ୍‌ ଫାଇନାଲ୍‌ ହେବା ପରେ ୨ ଅଭିଯୁକ୍ତଙ୍କୁ ମାଡ଼ି ବସିଥିଲେ ବନ କର୍ମଚାରୀ । ପରେ ଆଉ ୫ ଅଭିଯୁକ୍ତଙ୍କୁ ବି ବିଭିନ୍ନ ସ୍ଥାନରେ ଚଢାଉ କରି ଗିରଫ କରାଯାଇଥିଲା । ୫ ଗୋଟି ମୋବାଇଲ ଫୋନ ବି ଜବତ କରିଛି ପୋଲିସ।

Comments are closed.