ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସିଇଓଙ୍କଠାରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର – ବ୍ରହ୍ମପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କଠାରେ ଫେରାଦ ହୋଇଛି ବିଜେଡି। ନିର୍ବାଚନରେ ନିୟୋଜିତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଦୀପ ପାଣିଗ୍ରାହୀ ନାଲି ଆଖି ଦେଖାଉଥିବା ନେଇ ବିଜେଡି ଅଭିଯୋଗ ହୋଇଛି । ଏ ନେଇ ବିଜେଡିର ଏକ ଟିମ ସିଇଓଙ୍କୁ ଭେଟି ଫେରାଦ ହୋଇଛି ।
ତାଙ୍କ କଥା ନ ମାନିଲେ ବଦଳି କରିଦେବା ପାଇଁ ବ୍ରହ୍ମପୁରର ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ପ୍ରଦୀପ ଧମକ ଦେଉଥିବା ଅଭିଯୋଗ କରିଛି ବିଜେଡି । ପ୍ରଦୀପଙ୍କ ବିରୁଦ୍ଧରେ ସିଇଓଙ୍କୁ କାର୍ଯ୍ୟାନୁଷ୍ଠନ ପାଇଁ ଦାବି କରିଛି ବିଜେଡି। ବିଜେଡି ସବୁବେଳେ ଗଣତନ୍ତ୍ରରେ ବିଶ୍ବାସ କରିଆସିଛି । ନିର୍ବାଚନ କମିଶନଙ୍କ ଉପରେ ମଧ୍ଯ ବିଜେଡି ବିଶ୍ବାସ ରଖିଆସିଛି । ତେଣୁ ଜନବିରୋଧୀ ନେତାଙ୍କ ନାଲି ଆଖି ବିରୋଧରେ ସିଇଓ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଜେଡି କହିଛି ।

Comments are closed.