ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ ପଦକ୍ଷେପ : ଶ୍ରୀମନ୍ଦିର ସିଂହଦ୍ଵାର ଜଗିବେ ପ୍ରତିହାରୀ ସେବକ

ପୁରୀ – ଗତ କିଛି ଦିନ ମଧ୍ୟରେ ଶ୍ରୀମନ୍ଦିରକୁ ଅଣହିନ୍ଦୁଙ୍କ ପ୍ରବେଶର ଏକାଧିକ ଘଟଣା ପରେ ତତ୍ପର ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ଏଣିକି ଅଣହିନ୍ଦୁଙ୍କ ପ୍ରବେଶ ରୋକିବେ ସେବାୟତ । ଆସନ୍ତା ୧୪ ତାରିଖରୁ ଶ୍ରୀମନ୍ଦିର ସିଂହଦ୍ବାରରେ ଦୁଇ ଜଣ ଲେଖାଏଁ ପ୍ରତିହାରୀ ସେବକଙ୍କୁ ଏହି ଉଦ୍ଦେଶ୍ୟରେ ମୁତୟନ କରାଯିବ।

ପ୍ରଥମ ପର୍ଯ୍ୟାୟରେ ସକାଳେ ୨ ଓ ଦ୍ୱିତୀୟ ପର୍ଯ୍ୟାୟରେ ସନ୍ଧ୍ୟାରେ ୨ ଜଣ ପ୍ରତିହାରୀ ସେବାୟତ ସିଂହଦ୍ଵାରରେ ରହିବେ । ପରବର୍ତ୍ତୀ ସମୟରେ ଚାରିଦ୍ବାରରେ ପ୍ରତିହାରୀ ସେବକ ଜଗିବେ ବୋଲି ସୂଚନା ମିଳିଛି ।

Comments are closed.