ବିଜେପି ବିରୋଧରେ ସିଇଓଙ୍କଠାରେ ଫେରାଦ ହେଲା ବିଜେଡି , ଆଣିଲା ଗୁଣ୍ଡାଗର୍ଦ୍ଦି ଅଭିଯୋଗ 

ଭୁବନେଶ୍ୱର – ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ପୁଣି ଫେରାଦ ହେଲା ବିଜେଡି । ବ୍ରହ୍ମପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ କରିଛି ବିଜେଡିର ଏକ ଟିମ୍ । ବିଜେପି ଗୁଣ୍ଡା ଗର୍ଦ୍ଦି କରୁଛି ବୋଲି ଶାସକ ଦଳ ଅଭିଯୋଗ କରିଛି । ଜଙ୍କିଆ ଥାନା ଆଇଆଇସିଙ୍କୁ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ଧମକ ଦେଉଥିବା ଅଭିଯୋଗ କରିଛି ବିଜେଡି । ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣାରେ ଏତଲା ନ ରଖିବାକୁ ସେ ପୋଲିସକୁ ଧମକ ଦେଉଛନ୍ତି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛି ଦଳ । ତୃଣମୂଳ ସ୍ତରରେ ମହିଳାଙ୍କୁ ବିଜେପି ଅପମାନ କରିବା ସହ ଗୁଣ୍ଡାଗର୍ଦ୍ଦି କରୁଛି ବୋଲି ସାଂସଦ ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି।

Comments are closed.