ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ପ୍ରାର୍ଥିପତ୍ର ଦାଖଲ | News Room Odisha

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର – ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ହୋଇଥିବା ବେଳେ ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ସହ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ । ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ( ଦେଶରେ ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ବିଜ୍ଞପ୍ତି ପ୍ରକାଶ ସହ ଆଜିଠୁ ଆରମ୍ଭ ହୋଇଯିବ ନାମାଙ୍କନ ଦାଖଲ । ଏପ୍ରିଲ ୨୫ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ।

୨୬ ତାରିଖରେ ପ୍ରାର୍ଥିପତ୍ର ସବୁ ଯାଞ୍ଚ କରାଯିବ । ୨୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ।

ମେ’ ୧୩ରେ ରାଜ୍ୟର ୪ଟି ଲୋକସଭା ଓ ୨୮ ବିଧାନସଭା ଆସନରେ ମତଦାନ ହେବ । ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଲୋକସଭା ଆସନରେ ମତଦାନ ହେବ । ଏଥିସହ ଓଡ଼ିଶା ଏ ସବୁ ଲୋକସଭା ଆସନ ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ମଧ୍ୟ ମେ’୧୩ ତାରିଖରେ ଭୋଟ୍ ନିଆଯିବ। ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ଚିକିଟି , ମୋହନା, ଦିଗପହଣ୍ଡି, ପାରଳାଖେମୁଣ୍ଡି, ନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ, ଭବାନୀପାଟଣା, ନର୍ଲା, ଗୁଣୁପୁର, ବିଷମ କଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗୀ, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଙ୍ଗା, କୋଟପାଡ଼, ଚିତ୍ରକୋଣ୍ଡା ଓ ମାଲକାନଗିରି ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ ।