୪୦ ଡିଗ୍ରୀ ସେଲସିୟସ ଉପରେ ରାଜ୍ୟର ୩୨ ସହର, ୪୩.୬ ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା। ଆଜି ୩୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରହିଛି। ଭୁବନେଶ୍ୱର ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ଦିନର ସର୍ବାଧିକ ତାପମାତ୍ରା ୪୩ ଦଶମିକ ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଚଳିତ ମାସ ୫ ତାରିଖରେ ରାଜଧାନୀରେ ୪୩ ଦଶମିକ ୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିଲା। ଆଜି ବୋୖଦ୍ଧରେ ୪୩ ଦଶମିକ ୫ ଓ ଅନୁଗୁଳରେ ୪୩ ଦଶମିକ ୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡାରେ ୪୨.୮, ବାରିପଦାରେ ୪୨.୬, ଟିଟିଲାଗଡରେ ୪୨.୫ , ମାଲକାନଗିରିରେ ୪୨.୫,ତାଳଚେର ଓ ସମ୍ବଲପୁରରେ ୪୨.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ବାଲେଶ୍ୱରରେ ତାପମାତ୍ରା ୪୨.୨ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣାରେ ୪୨, ସୁନ୍ଦରଗଡ଼ରେ ୪୧.୪, କଟକରେ ୪୧.୪, ଚାନ୍ଦବାଲିରେ ୪୧.୨,କେନ୍ଦୁଝର ଗଡ଼ରେ ୪୦.୯, ଫୁଲବାଣୀରେ ୪୦.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

Comments are closed.