କାଳବୈଶାଖୀ ବର୍ଷା ଆଣିପାରେ ତାତିରୁ ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ଵର – ଆଜି ଅସହ୍ୟ ଗ୍ରୀଷ୍ମ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ସମ୍ଭାବନା ରହିଛି। କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ତାତିରୁ କିଛିଟା ଆଶ୍ୱସ୍ତି ଆଣିବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଆଜି କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଆସନ୍ତା ଦୁଇ ତିନି ଦିନରେ ତାପମାତ୍ରା ବି ସାମାନ୍ୟ ହ୍ରାସ ପାଇବା ସମ୍ଭାବନା ରହିଛି।

ସୂଚନାଯୋଗ୍ୟ ଯେ, ଶନିବାର ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଡେଇଁଥିଲା । ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ ଏବଂ ବାରିପଦା। ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ଆଜି ପାଇଁ କେନ୍ଦୁଝର, ମୟୂରଭଞ୍ଜ ଏବଂ ଅନୁଗୁଳ ଜିଲ୍ଲାକୁ ହିଟଓ୍ବେଭ୍ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ଵର , ଯାଜପୁର , ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଟକ , କେନ୍ଦ୍ରାପଡା ଏବଂ ଜଗତସିଂହପୁର ର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ଲହରୀ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Comments are closed.