ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ନିରଖି ସୈଲ ସରି ବିପିନ ବିଭାଗା ।
ଭୟଉ ରମାପତି ପଦ ଅନୁରାଗା ॥
ସୁମିରତ ହରିହି ଶ୍ରାପ ଗତି ବାଧୀ ।
ସହଜ ବିମଲ ମନ ଲାଗି ସମାଧି ॥

ଭାବାର୍ଥ :- ଗଙ୍ଗା ମାତାଙ୍କ କୁଳରେ ସୁନ୍ଦର ପର୍ବତ, ସୁନ୍ଦର ଜଙ୍ଗଲ ଆଉ ବହୁତ ସୁନ୍ଦର ପଶୁପକ୍ଷୀ ଆଦି ଦେଖି ନାରଦ ମୁନିଙ୍କର ମନ ଭଗବାନ ଶ୍ରୀଲକ୍ଷ୍ମୀକାନ୍ତଙ୍କ ପବିତ୍ର ଶ୍ରୀଚରଣରେ ପ୍ରେମ ହୋଇଗଲା । ଭଗବାନ ବିଷ୍ଣୁ ଙ୍କୁ ସ୍ମରଣ କରିବାମାତ୍ରେ ନାରଦ ମୁନିଙ୍କୁ ଦକ୍ଷ ପ୍ରଜାପତି ଯେଉଁ ଅଭିଶାପ ଦେଇଥିଲେ, ଯେଉଁ କାରଣରୁ ନାରଦ କୌଣସି ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହି ପାରୁନଥିଲେ, ସେହି ଅଭିଶାପ ରେ ସେ ମୁକ୍ତ ହୋଇଗଲେ । ତାଙ୍କର ଚଳଚଞ୍ଚଳ ଗତି ସ୍ଥିର ହୋଇଗଲା ଆଉ ତାଙ୍କ ମନ ସ୍ବାଭାବିକ ରୂପେ ନିର୍ମଳ ଥିବାରୁ ଆଶ୍ରମରେ ସେ ସମାଧିସ୍ଥ ହୋଇଗଲେ ।

Comments are closed.