ହିଞ୍ଜିଳିରୁ ବିଜେଡି ପାଇଁ ନିର୍ବାଚନ ପ୍ରଚାରର ଅନୁକୂଳ କଲେ ନବୀନ

ହିଞ୍ଜିଳି – ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ବିଜେଡି ପାଇଁ ନିର୍ବାଚନ ପ୍ରଚାରର ଶଙ୍ଖ ଫୁଙ୍କିଛନ୍ତି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ଆନୁଷ୍ଠାନିକ ଭାବେ ନିର୍ବାଚନ ପ୍ରଚାର ଆରମ୍ଭ କରିଛି ବିଜେଡି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ବାହାରି ପୂର୍ବାହ୍ନରେ ହିଞ୍ଜିଳିରେ ପହଞ୍ଚିଥିଲେ। ହିଞ୍ଜିଳି ସମରଝୋଳରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ହିଞ୍ଜିଳିରୁ ବିଜେଡିର ଜୟଯାତ୍ରା ଆରମ୍ଭ ହେଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ସେ ଚିର ଋଣୀ । ଓଡ଼ିଶାର ସାଢ଼େ ୪ କୋଟି ଲୋକ ତାଙ୍କ ପରିବାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସଭାମଞ୍ଚରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଶେରଗଡରେ ମଧ୍ୟ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ।ବିଜେଡିର ଏକ ନମ୍ବର ଷ୍ଟାର କ୍ୟାମ୍ପେନର ଆଗାମୀ କିଛି ଦିନ ବିଭିନ୍ନ ଜିଲ୍ଲା ଗସ୍ତ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ଲୋଡ଼ିବେ ।

ପ୍ରଚାର ପାଇଁ ବିଜେଡି ପକ୍ଷରୁ ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଜାରି କରାଯାଇଛି। ଏହି ମାସ ଶେଷରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବା ସମ୍ଭାବନା ରହିଛି।

Comments are closed.