କୋରାପୁଟ ଜିଲ୍ଲାରେ ବିଜେଡି ନେତା ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର, କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ

କୋରାପୁଟ -ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଧୀରେ ଧୀରେ ସରଗରମ ହେଉଛି ନିର୍ବାଚନ ପ୍ରଚାର । ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଭିନ୍ନ ଦଳର ତାରକା ପ୍ରଚାରକ । ଛାମୁଆ ନେତାମାନେ ନିଜ ନିଜର ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି । ଆଜି ବିଜେଡି ନେତା ତଥା ଦଳର ଅନ୍ୟତମ ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ଏକାକୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।

କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ସେମିଳିଗୁଡ଼ାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ବାସ କରନ୍ତି ବୋଲି ପାଣ୍ଡିଆନ କହିଛନ୍ତି। ନାଁ ନନେଇ ସେ କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ପାଣ୍ଡିଆନ । ସେ କହିଛନ୍ତି ଯେ, ଜଣେ କେନ୍ଦ୍ରମନ୍ତ୍ରୀ ବିଏସକେୱ।ଇକୁ ଖରାପ କହୁଛନ୍ତି ।  ତାଙ୍କ ପରିଚୟ କେବଳ କଥା, କାମ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ପାଣ୍ଡିଆନ । ଗରିବ ଲୋକ ବଡ଼ ହସ୍ପିଟାଲ ଯାଇ ଚିକିତ୍ସିତ ହୋଇପାରୁଛି ।ଗରିବ ଲୋକଙ୍କୁ ଏ ସାହାସ ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ମିଳିଛି । ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ନବୀନଙ୍କ ଯୁଗାନ୍ତକାରୀ ପଦକ୍ଷେପ ବୋଲି ପାଣ୍ଡିଆନ ନିର୍ବାଚନୀ ସଭାରେ କହିଛନ୍ତି।

Comments are closed.