ନବରଙ୍ଗପୁର ଜିଲ୍ଲାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

ଭୁବନେଶ୍ୱର – ଦକ୍ଷିଣ ଓଡ଼ିଶାରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଦଳ ପାଇଁ ପ୍ରଚାର ଜାରି ରଖିଛନ୍ତି । ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା କରିଛନ୍ତି ପାଣ୍ଡିଆନ ।

ଉମରକୋଟରେ କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ପ୍ରଚାର କରି
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିକାଶ କାମର ହିସାବ ଦେଇଛନ୍ତି ।ସେ କହିଛନ୍ତି ଯେ, ଉମରକୋଟରେ ୨୧୨ କୋଟି ଟଙ୍କାର ବିକାଶ କାମ ଚାଲିଛି । ପେଣ୍ଡେରାଣୀ ମନ୍ଦିର କାମ ଶେଷ ହୋଇଛି । ୩ କୋଟି ଟଙ୍କାରେ ଶିବ ମନ୍ଦିର ରାସ୍ତା ଚାଲିଛି । କିଡ୍‌ନୀ ରୋଗ ଚିକିତ୍ସା ପାଇଁ ଉମରକୋଟରେ ଡାଇଲିସିସ ସେଣ୍ଟର ଖୋଲିଛି । ୫୦ କୋଟିରେ ୫ଟି ରାସ୍ତା କାମ ଚାଲିଛି ।
ମୁଖ୍ୟମନ୍ତ୍ରୀଙ୍କର ବିଶାଳ ହୃଦୟ ।

ଜନଜାତି ଭାଇ ଭଉଣୀମାନଙ୍କ ପାଇଁ ତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ପାଣ୍ଡିଆନ କହିଛନ୍ତି। ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ପଛରେ ଦୃଢ ଭାବରେ ଠିଆ ହୋଇଛନ୍ତି ।

ଓଡ଼ିଶାର କେନ୍ଦ୍ର ମନ୍ତ୍ରୀ ବିଏସକେୱ।ଇକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। କେନ୍ଦ୍ର ନେତା କେବଳ ବଡ ବଡ କଥା କୁହନ୍ତି । ସେ ଚାହିଁଥିଲେ ନଵରଙ୍ଗପୁରରେ ଦୁଇ ତିନିଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରି ଥାନ୍ତେ । କେନ୍ଦ୍ର ମନ୍ତ୍ରୀ ଆସିଲେ ତାଙ୍କୁ ଏ ବିଷୟରେ ପ୍ରଶ୍ନ କରିବାକୁ ପାଣ୍ଡିଆ ନ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟ ସରକାର ୫-ଟିରେ ୮୦୦୦ ସ୍କୁଲର ରୂପାନ୍ତର କରିଛନ୍ତି ବୋଲି ସେ ଜନସଭାରେ କହିଥିଲେ । ମହିଳା ସଶକ୍ତିକରଣକୁ କେନ୍ଦ୍ର ମନ୍ତ୍ରୀ ବିରୋଧ କରୁଛନ୍ତି ବୋଲି ମଧ୍ୟ ସେ କହିଥିଲେ। ମିଶନ ଶକ୍ତି ମା’ ମାନଙ୍କ ଦୁବାଇ ଗସ୍ତକୁ ଷଡଯନ୍ତ୍ର କରି ବନ୍ଦ କରିଦିଆଗଲା ବୋଲି ଅଭିଯୋଗ କରିଛନ୍ତି ପାଣ୍ଡିଆ ନ ।

ମୁଖ୍ୟମନ୍ତ୍ରୀ ଲୋକଙ୍କ ସୁଖ ଦୁଃଖରେ ଅଛନ୍ତି । ଯୋଡି ଶଙ୍ଖରେ ଭୋଟ ଦେଇ ତାଙ୍କୁ ଆଶୀର୍ବାଦ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି ପାଣ୍ଡିଆନ ।

Comments are closed.