ଦ୍ୱିତୀୟ ପର୍ଯ୍ୟାୟରେ ୬୧ ପ୍ରତିଶତ ମତଦାନ 

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଶୁକ୍ରବାର ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ୍ ପଡ଼ିଥିଲା। ତେବେ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ପ୍ରତିଶତ ଆହୁରି କମ୍ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ମାତ୍ର ୬୦.୯୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ୨୦୧୯ରେ ଏହି ୮୮ ଆସନରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା ।

ଦ୍ବିତୀୟ ପର୍ଯ୍ୟାୟରେ ତ୍ରିପୁରାରେ ସର୍ବାଧିକ ୭୮.୬ ପ୍ରତିଶତ ମତଦାନ ରେକର୍ଡ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ସର୍ବନିମ୍ନ ୫୪.୮ ପ୍ରତିଶତ ମତଦାନ ‌ହୋଇଛି ।

ଏପ୍ରିଲ ୧୯ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟର ୧୦୨ ଲୋକସଭା ଆସନରେ ୬୪ ପ୍ରତିଶତ ମତଦାନ ହୋଇଥିଲା ।

Comments are closed.