ନିର୍ବାଚନ ପ୍ରଚାର ଓ ଖରା ଉଷ୍ଣତା ଭିତରେ ପଖାଳର ମଜା ନେଲେ ପାଣ୍ଡିଆନ

ଭୁବନେଶ୍ୱର – ପ୍ରଚଣ୍ଡ ଖରା ସହ ଘମାଘୋଟ ନିର୍ବାଚନ ପ୍ରଚାରର ଉଷ୍ଣତା ମଧ୍ୟରେ ପଖାଳର ମଜା ନେଇଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ତାଙ୍କ ସହ ଥିଲେ ଇଣ୍ଡିଆ ଟୁଡେ ଟିଭିର ସାମ୍ବାଦିକ ରାହୁଲ କନୱାଲ ।

କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦାସପୁର ରାସ୍ତା କଡ଼ ଜଙ୍ଗଲରେ ଦିନ ପ୍ରାୟ ତିନିଟା ବେଳକୁ ମଧ୍ୟାହ୍ନ ଭୋଜନ କରିଥିଲେ କାର୍ତ୍ତିକ ପାଣ୍ଡିଆନ । ସାଥୀରେ ଥିଲେ ପ୍ରଚାର କଭର କରିବାକୁ ଆସିଥିବା ସାମ୍ବାଦିକ ରାହୁଲ କନୱାଲ ।

ମଧ୍ୟାହ୍ନ ଭୋଜନର ମେନୁ ଥିଲା ଖରା ଦିନର ଖାଣ୍ଟି ଓଡ଼ିଆ ଖାଦ୍ୟ ପଖାଳ । କଂସା ପାତ୍ରରେ ପଖାଳ ସାଙ୍ଗକୁ ଶାଗ ବଡି ଚୁରା ଭେଣ୍ଡି ଭଜା ଆଳୁ ଭରତା ଆଉ ଦହିର ମଜା ନେଇଥିଲେ ଦୁଇ ଜଣ ସମ୍ପୂର୍ଣ ନିରାମିଷ ଖାଦ୍ୟ । ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ପାଣ୍ଡିଆନ ବାବୁଙ୍କର ଖୁବ ପସନ୍ଦ । ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ବହୁତ ପ୍ରିୟ ପଖାଳ । ପଖାଳର ଉପକାରିତା ଓ ପ୍ରସ୍ତୁତି ବିଷୟରେ ରାହୁଲଙ୍କୁ ବୁଝାଇବା ସହ ଓଡ଼ିଆଙ୍କର ଏହି ସାଧାରଣ ତଥା ହିତକାରୀ ଖାଦ୍ୟ ମୁଖ୍ୟମନ୍ତ୍ରୀ କିପରି ତାଙ୍କ ଅତିଥି ମାନଙ୍କୁ ପରଷିଥାନ୍ତି ,ସେ ବିଷୟରେ ପାଣ୍ଡିଆନ ଖାଇବାବେଳେ କନୱଲଙ୍କୁ କହିଥିଲେ । ପରେ ଉଭୟ ଲାଞ୍ଜିଗଡ଼ ସଭା ପାଇଁ ବାହାରିଯାଇଥିଲେ |

Comments are closed.