ସମ୍ୱଲପୁର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରଣବ

ସମ୍ବଲପୁର – ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମା’ ସମଲେଶ୍ବରୀଙ୍କ ଆଶୀର୍ବାଦ ନେଲା ପରେ ଏକ ଶୋଭାଯାତ୍ରାରେ ପ୍ରଣବ ପ୍ରକାଶ ଦାସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ । ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢୁଛନ୍ତି ପ୍ରଣବ ପ୍ରକାଶ ଦାସ। ରାଜ୍ୟ ବିଜେଡିର ଜଣେ ଟାଣୁଆ ନେତା ଭାବେ ପରିଚିତ ପ୍ରଣବ ପୂର୍ବରୁ ଯାଜପୁର ଆସନରୁ ବିଧାନସଭାକୁ ତିନି ଥର ନିର୍ବାଚିତ ହୋଇଥିଲେ । ସମ୍ବଲପୁର ଲୋକସଭା ଆସନରେ ପ୍ରଣବଙ୍କ ମୁକାବିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ହେଉଛି ।

Comments are closed.