ମତଦାନ ବେଳେ ଭୋଟର ଓ ପୋଲିଂ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗର ବିଶେଷ ପଦକ୍ଷେପ

ଭୁବନେଶ୍ୱର – ନିର୍ବାଚନ ବେଳେ ପ୍ରଚଣ୍ତ ଗ୍ରୀଷ୍ମତାପର ମୁକାବିଲା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କିଛି ପଦକ୍ଷେପ ଘୋଷଣା କରାଯାଇଛି। ସେକ୍ଟର ଅଧିକାରୀଙ୍କ ସହ ଜଣେ ପାରାମେଡିକାଲ ଷ୍ଟାଫ୍ ରହିବେ ଓ ଅତ୍ୟାବଶ୍ୟକ ଔଷଧ ରହିବ । ମତଦାନ ବେଳେ ଭୋଟର ଓ ପୋଲିଂ କର୍ମଚାରୀଙ୍କ ପାଇଁ ପ୍ରତି ବ୍ଲକ/କ୍ଳଷ୍ଟର ସ୍ତରରେ ମୋବାଇଲ ହେଲ୍ଥ ୟୁନିଟ ମୁତୟନ କରାଯିବ। ଏଥିରେ ଜଣେ ଆୟୁଷ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍ ରହିବେ । ମତଦାନ ବେଳେ ଯଦି କୈାଣସି ପୋଲିଂ କର୍ମଚାରୀ ଓ ଭୋଟର ଅଂଶୁଘାତ ଭଳି ଜରୁରୀ ସ୍ଥିତିର ସାମ୍ନା କଲେ ମୋବାଇଲ ହେଲ୍ଥ ୟୁନିଟ ସେମାନଙ୍କର ଜରୁରୀକାଳୀନ ଚିକିତ୍ସା କରିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏହି ନିଷ୍ପତ୍ତି ବାବଦରେ ସ୍ୱାସ୍ଥ୍ୟ ସେବା ବିଭାଗର ନିର୍ଦ୍ଦେଶକଙ୍କୁ ସୂଚିତ କରାଯିବା ସହ ସମସ୍ତ ସିଡିଏମ ଓ ପିଏଚଓଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିବା ପାଇଁ କୁହାଯାଇଛି।

Comments are closed.