ଆଜି ବିଭିନ୍ନ ହାଇପ୍ରୋଫାଇଲ୍ ଆସନରେ ହେଭିୱେଟ୍‌ ନେତା କରିବେ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର -ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଆଜି ବିଭିନ୍ନ ଦଳର ହେଭିୱଟ ପ୍ରାର୍ଥୀ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ।ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ୱଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ । ପୂର୍ବରୁ ଏହି ଆସନ ପାଇଁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗତ ୩୦ ତାରିଖରେ ନାମାଙ୍କନ ଦାଖଲ କରିସାରିଛନ୍ତି। ମେ’ ୨୫ରେ ସମ୍ବଲପୁର ଲୋକସଭା ଆସନ ପାଇଁ ମତଦାନ ହେବ ।

ହାଇପ୍ରୋଫାଇଲ୍ ଭୁବନେଶ୍ୱର ଲୋକସଭା ଆସନରୁ ଆଜି ବିଜେଡି ଓ ବିଜେପି ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିବେ। ଭୁବନେଶ୍ବରରୁ ବିଜେପିର ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ପ୍ରାର୍ଥୀପତ୍ର ଦାଖଲ କରିବେ । ପ୍ରାର୍ଥୀପତ୍ର ଦାଖଲ ସହ ନିର୍ବାଚନ ପ୍ରଚାର ଆହୁରି ସରଗରମ ହେବା ସମ୍ଭାବନା ରହିଛି। ଭୁବନେଶ୍ୱର ଲୋକସଭା ଆସନରେ ମେ’ ୨୫ରେ ହେବ ଭୋଟ୍ ଗ୍ରହଣ।

Comments are closed.