ଆଜି ବି ଜାରି ରହିବ ଗ୍ରୀଷ୍ମ ପ୍ରକୋପ : ହିଟୱେଭ୍ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଆଜି ମଧ୍ୟ ଜାରି ରହିବ । ହିଟୱେଭ୍ ନେଇ ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ନୟାଗଡ଼, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଓ ଝାରସୁଗୁଡ଼ାରେ ଭୀଷଣ ତାତି ଅନୁଭୂତ ହେବ । ସେହିପରି ୧୧ ଜିଲ୍ଲାକୁ ଦିଆଯାଇଛି ୟେଲୋ ମଧ୍ୟ ଜାରି କରାଯାଇଛି। ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତକାଲି ଉପକୂଳ ଓଡିଶାରେ କାଳବୈଶାଖୀ ବର୍ଷା ଯୋଗୁଁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସ୍ଥିତି ଅପରିର୍ବିତ ଥିଲା । ୧୫ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ ବା ଅଧିକ ରେକର୍ଡ କରାଯାଇଥିଲା। ୪୫ ଡିଗ୍ରୀ ସେଲସିୟସ ସହ ତାଳଚେର ଥିଲା ଉତ୍ତପ୍ତ ସହର।

ଚଳିତମାସ ୫ ତାରିଖ ପରେ ହିଁ ରାଜ୍ୟରେ ତାପମାତ୍ରା ୨ରୁ ୫ ଡିଗ୍ରୀ ସେଲସିୟସ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Comments are closed.