କଳିଙ୍ଗରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା, ନିରାଶ କଲେ କିଶୋର ଜେନା

ଭୁବନେଶ୍ୱର -ତିନିବର୍ଷ ପରେ ଭାରତରେ ଏକ ଆଥଲେଟିକ୍ସ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଜାଭେଲିନ ତାରକା ନୀରଜ ଚୋପ୍ରା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ୨୭ତମ ଜାତୀୟ ସିନିୟର ଫେଡେରେସନ କପ୍ ଆଥଲେଟିକ୍ସ ଚାମ୍ପିଅନସିପରେ ଅଲିମ୍ପିକ ଓ ଏସିଆନ ଗେମ୍ସ ଚାମ୍ପିଅନ ନୀରଜ ଚୋପ୍ରା ଜାଭେଲିନ ସ୍ୱର୍ଣ୍ଣ ଜିତିଛନ୍ତି। ନୀରଜ ୮୨ ଦଶମିକ ୨୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିଥିଲେ, ଯାହା କି ପ୍ରଥମ ସ୍ଥାନ ହାସଲ ପାଇଁ ଯଥେଷ୍ଟ ଥିଲା । ଓଡ଼ିଶା ତାରକା କିଶୋର ଜେନା କିନ୍ତୁ ନିରାଶ କରିଛନ୍ତି । ପ୍ରଥମ ତିନିଜଣଙ୍କ ମଧ୍ୟରେ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି କିଶୋର । ଡି.ପି ମନୁ ୮୨ ଦଶମିକ ୬ ମିଟର ଥ୍ରୋ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଉତ୍ତମ ପାଟିଲ ୭୮ ଦଶମିକ ୩୯ ମିଟର ସହ ତୃତୀୟ ସ୍ଥାନ ହାସଲ କରିଛନ୍ତି।

Comments are closed.