କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଦୁଇ ଟ୍ରକ୍ ମଧ୍ୟରେ ଚାପି ହୋଇଗଲା କାର୍, ୬ ମୃତ

କେନ୍ଦୁଝର – କେନ୍ଦୁଝରରେ ସିରିଜ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅର୍ନ୍ତଗତ ରିମୁଳି ଜାତୀୟ ରାଜପଥ ୫୨୦ ନିକଟରେ ଆଜି ରାତି ପ୍ରାୟ ୯ଟାରେ ଘଟିଛି ଏହି ସଡକ ଦୁର୍ଘଟଣା। ଦୁଇ ଟ୍ରକ ମଝିରେ ଏକ କାର ଚାପି ହୋଇଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ପ୍ରଥମେ କାର ଏକ ଟ୍ରକ ସହ ପଛରୁ ବାଡ଼େଇ ହୋଇଥିଲା । ପରେ ଆଉ ଏକ ଟ୍ରକ୍ କାରକୁ ପଛରୁ ଧକ୍କା ଦେଇଥିଲା । କାରରେ ଥିବା ସମସ୍ତ ୬ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। କାର୍‌ରେ ଭଦ୍ରାସାହି ଅଞ୍ଚଳରୁ ହୀରାଲାଲ ପଲେଇ ନିଜ ପରିବାର ସହ ଯାଉଥିଲେ ।

Comments are closed.