ଭୁବନେଶ୍ୱର -ନିର୍ବାଚନ ପ୍ରଚାର ପାଇଁ ବିଜେପିର ତାରକା ପ୍ରଚାରକ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ଆଜି ପୁଣି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବେ । ଶାହା ରାଉରକେଲାରେ ସାଧାରଣ ସଭା କରିବେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ଓଡ଼ିଶା ଆସିବେ। ସେ ସାନଖେମୁଣ୍ଡି, ଦଶପଲ୍ଲା, ଜି.ଉଦୟଗିରିରେ ବିଜେପି ପାଇଁ ପ୍ରଚାର କରିବେ।
ବିଜେପି ସାଂସଦ ଅଭିନେତ୍ରୀ ତଥା ହେମା ମାଳିନୀ ଆଜି ଭୁବନେଶ୍ୱର ଉତ୍ତର ଓ କଟକ କିଶନ ନଗରରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ପିପିଲିରେ ହେମା ମାଳିନୀ ରୋଡ଼ ଶୋ’ ମଧ୍ୟ କରିବେ ।
କଟକ ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ ଆଠଗଡ଼ ଓ ନରସିଂହପୁରରେ ମଧ୍ୟ ପ୍ରଚାର କରିବେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କବିସୂର୍ଯ୍ୟନଗର, କଣ୍ଟାବାଂଜି ଆଦି ସ୍ଥାନରେ ପ୍ରଚାର କରିବେ ।
Comments are closed.