ଭାରତରେ ରହିଛି ଏପରି ଏକ ମନ୍ଦିର, ଯେଉଁଠି ସୂର୍ଯ୍ୟଙ୍କ କିରଣ ପଡିଲେ ନଇଁଯାଏ ମନ୍ଦିର

ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ମନ୍ଦିରଗୁଡ଼ିକର ବିଶେଷ ଗୁରୁତ୍ୱ ରହିଛି । ଦେଶରେ ସୂର୍ଯ୍ୟ ଭଗବାନଙ୍କୁ ଉତ୍ସର୍ଗୀକୃତ ଅନେକ ରହସ୍ୟମୟ ମନ୍ଦିର ଅଛି । ବିଶ୍ୱାସ କରାଯାଏ କଳିଯୁଗରେ ସୂର୍ଯ୍ୟ ଭଗବାନ ହେଉଛନ୍ତି ଏକମାତ୍ର ଭଗବାନ ଯିଏ ଏକ ଦୃଶ୍ୟମାନ ଭଗବାନ ଭାବରେ ପରିଗଣିତ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ରାଶି ଗ୍ରହଗୁଡିକ ଶାନ୍ତ ହୁଏ।

କିନ୍ତୁ ଜାଣନ୍ତି କି ଏପର ଏକ ମନ୍ଦିର ରହିଛି ଯେଉଁଠି ସୂର୍ଯ୍ୟ କିରଣ ପଡିଲେ ମନ୍ଦିର ସ୍ୱୟଂଚାଳିତ ଭାବେ ବଙ୍କା ହୋଇଯାଏ ।

ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା , କିନ୍ତୁ ଏପରି ଏକ ମନ୍ଦିର ଉତ୍ତରାଖଣ୍ଡର ପିଥୋରାଗଡରେ ରହିଛି । ମନ୍ଦିରଟି ଗ୍ରାନାଇଟ୍ ପଥରରେ ନିର୍ମିତ । ଏହି ମନ୍ଦିରକୁ ବାହ୍ୟରୁ ଦେଖିଲେ ଏହା ପୂର୍ବ ଆଡକୁ ଢଳି ରହିଛି । ବିଶେଷଜ୍ଞଙ୍କ ଅନୁଯାୟୀ ଏହି ମନ୍ଦିରଟି ଦଶମ ଶତାବ୍ଦୀରେ ନିର୍ମିତ ହୋଇଥିଲା।

କୁହାଯାଏ କି ମନ୍ଦିରଟି ଅନେକ ବର୍ଷ ଧରି ସିଧା ଥିଲା । କିନ୍ତୁ କିଛି ବିଗତ କିଛି ବର୍ଷରୁ ଏହା ପୂର୍ବ ଆଡକୁ ଢଳି ରହିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ ।

Comments are closed.