ଦୁର୍ନୀତି ମାମଲାରେ ପୂର୍ବତନ ସରପଞ୍ଚ ଓ ପୂର୍ବତନ ପିଇଓଙ୍କୁ ଜେଲ୍

କୋରାପୁଟ – ଦୁର୍ନୀତି ମାମଲାରେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୋଲାବିର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୟରାମ ଗୋଲରି ଓ ପୂର୍ବତନ ପିଇଓ ଏନ୍. ଈଶ୍ୱର ରାଓଙ୍କୁ ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି। ସେମାନେ ୧ ହଜାର ୧୯୬ ବସ୍ତା ସିମେଣ୍ଟ ବାଟମାରଣା କରିଥିବା ଅଭିଯୋଗ ହୋଇଥିଲା। ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ। ଉଭୟ ପୂର୍ବତନ ସରପଞ୍ଚ ଓ ପୂର୍ବତନ ପିଇଓଙ୍କୁ ଦୁଇ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଓ ୨୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଲଗାଇଛନ୍ତି। ଜୋରିମାନା ଦେବାକୁ ଅସମର୍ଥ ହେଲେ ଦୁଇ ଦୋଷୀଙ୍କୁ ଅତିରିକ୍ତ ତିନି ମାସ ଲେଖାଏଁ ଅତିରିକ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ।

Comments are closed.