ବିଜେପିର କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍କିତ ସମାଲୋଚନାର ତାତ୍ସଲ୍ୟ ଭରା ଜବାବ ଦେଲେ ନବୀନ 

ଭୁବନେଶ୍ବର – ବିଜେପିର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ( କୃତ୍ରିମ ବୁଦ୍ଧିମତ୍ତା ) ଭିଡିଓ ସମ୍ପର୍କିତ ସମାଲୋଚନାର ଦୃଢ଼ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପିକୁ ତାତ୍ସଲ୍ୟ କରି ଜବାବ ଦେଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ଜବାବ ଭିଡିଓକୁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିଜର ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି। ପାଣ୍ଡିଆନ ପଚାରିଛନ୍ତି ଯେ, ବିଜେପି ନେତା କହୁଛନ୍ତି ଆପଣ ଭିଡିଓରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ବ୍ଯବହାର କରୁଛନ୍ତି । ଯାହାର ଉତ୍ତରରେ ନବୀନ କହିଛନ୍ତି, ଏହା ଭଲ କଥା । ସେମାନେ ବି ଏଆଇ ବ୍ଯବହାର କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ବିଜେପିକୁ ନବୀନଙ୍କ କେଇ ସେକେଣ୍ଡର ଏହି ଏହି କାଉଣ୍ଟର ଭିଡିଓ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ବିଜେପିର କିଛି ନେତା ନବୀନଙ୍କ ଭିଡ଼ିଓକୁ ନେଇ ପ୍ରଶ୍ନ ଉଠାଇଥିଲେ ।

Comments are closed.