କଣ୍ଟାମାଳ ବିଧାନସଭା ଆସନର ୨ଟି ବୁଥରେ ଆଜି ପୁନଃ ମତଦାନ

ଫୁଲବାଣୀ – ଆଜି କନ୍ଧମାଳ ଲୋକସଭା ଆସନର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଦୁଇଟି ବୁଥରେ ସାନି ମତଦାନ କରାଯାଉଛି। ବୁଥ୍ ନମ୍ବର ୨୬ ଓ ୨୮ ତାରିଖରେ ଆଜି ପୁନଃ ମତଦାନ ହେଉଛି । ଗତ ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଏହି ଦୁଇଟି ବୁଥରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି ହୋଇଥିବା। ବୁଥ୍ ଦଖଲ ଅଭିଯୋଗ ମଧ୍ୟ ଆସିଥିଲା । ତେଣୁ ଏହି ଦୁଇ ବୁଥରେ ସାନି ମତଦାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ। ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ଯାହା ଅପରାହ୍ନ ୪ଟା ଯାଏଁ ଚାଲିବ।

Comments are closed.