ମାଟ୍ରିକ ପରୀକ୍ଷା ଫଳ : ମାର୍କ ରିଚେକିଂ ପାଇଁ ମେ’ ୨୯ରୁ ଆବେଦନ

କଟକ – ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥର ୯୬.୦୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପରୀକ୍ଷାରେ ନିଜ ମାର୍କକୁ ନେଇ ଦ୍ୱନ୍ଦ୍ୱରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ରିଚେକିଂ କରିପାରିବେ । ମେ’ ୨୯ରୁ ଆରମ୍ଭ ହେବ ରିଚେକିଂ ପାଇଁ ଆବେଦନ । ଏହା ଜୁନ୍ ୧୨ ତାରିଖ ଯାଏଁ ଚାଲିବ । ଏହି ସମୟ ଭିତରେ ଛାତ୍ରଛାତ୍ରୀମାନେ ରିଚେକିଂ ପାଇଁ ଅନଲାଇନରେ ଆବେଦନ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

ଏହାସହ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମଧ୍ୟ ରେଜିଷ୍ଟ୍ରେସନ୍ ସମୟ ଘୋଷଣା ହୋଇଛି । ଜୁନ୍ ୧୦ ତାରିଖରୁ ଅନଲାଇନରେ ଛାତ୍ରଛାତ୍ରୀମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ କରିପାରିବେ ବୋଲି ବୋର୍ଡ ସଭାପତିଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.