ଏକ ସଙ୍ଗେ ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ଏକ ସଙ୍ଗେ ପ୍ରକାଶ ପାଇଛି । କଳାରେ ପାସ୍‌ ହାର ରହିଛି ୮୦.୯୫ ପ୍ରତିଶତ ରହିଛି । ବିଜ୍ଞାନରେ ୮୬.୯୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ରହିଛି ବାଣିଜ୍ୟରେ ପାସ୍‌ ହାର ରହିଛି ୮୨.୨୭ ପ୍ରତିଶତ। ଧନ୍ଦାମୂଳକ ଶିକ୍ଷାରେ ପାସ୍ ହାର ରହିଛି ୬୮ ଦଶମିକ ୦୨ ପ୍ରତିଶତ।

www.orissaresults.nic.inରେ ଉପଲବ୍ଧ ହେଉଛି ଯୁକ୍ତ ଦୁଇ ଫଳାଫଳ । ବିଦ୍ୟାଳୟ ଇ-ସ୍ପେସ୍ ଏବଂ ଡିଜିଲକର୍ ମାଧ୍ୟମରେ ମଧ୍ୟ ଫଳାଫଳ ପାଇପାରିବେ। ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ଯୁକ୍ତ ୨ ପରୀକ୍ଷା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୩ ଲକ୍ଷ ୬୦ ହଜାର ୧୯୮ ଜଣ ରେଗୁଲାର ଏବଂ ୨୬ ହଜାର ୫୨ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅଛନ୍ତି।

Comments are closed.