ଜୁନ ୪ ଯାଏଁ ଗଞ୍ଜାମ ଜିଲ୍ଲାରେ ଢ଼ାବା , ହୋଟେଲ ରାତି ୮.୩୦ଟା ପରେ ବନ୍ଦ

ବ୍ରହ୍ମପୁର – ନିର୍ବାଚନ ପରବର୍ତ୍ତୀ ହିଂସା ରୋକିବା ପାଇଁ ଗଞ୍ଜାମ ଜିଲ୍ଲାରେ ଢ଼ାବା ଓ ହୋଟେଲ ରାତିରେ ବନ୍ଦ ରହିବ। ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୪ ତାରିଖ ଭୋଟ୍ ଗଣତି ଦିନ ପର୍ଯ୍ୟନ୍ତ ରାତିରେ ହୋଟେଲ, ଢାବା, ଚା’ ଦୋକାନ ଖୋଲାଯିବ ନାହିଁ। ରାତି ସାଢ଼େ ୮ଟା ପରେ ବନ୍ଦ ରହିବ ହୋଟଲ, ଢାବା, ଚା’ ଦୋକାନ । ଏହି କଟକଣା ନେଇ ପ୍ରେସମିଟରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି।

Comments are closed.