ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ଭଉଁରୀ : ରଥଖଳାରେ ଚକାଡେରା ନୀତି ସମ୍ପନ୍ନ 

ପୁରୀ – ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ଭଉଁରୀ । ଏହି ତିଥିରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣର ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ ସମ୍ପନ୍ନ ହୋଇଛି । ଆଜି ପବିତ୍ର ଭଉଁରୀ ତିଥିରେ ପ୍ରଥମେ ଶ୍ରୀଜିଉମାନଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ ହୋଇଥିଲା । ପରେ ସେଠାରେ ରଥ ନିର୍ମାଣ ସେବକମାନଙ୍କ ଉପସ୍ଥିତିରେ ତିନିରଥର ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରି, ଚକା ଡେରା ନୀତି ସମ୍ପନ୍ନ ହୋଇଥିଲା । ପବିତ୍ର ଅକ୍ଷୟ ତୃତୀୟାଠାରୁ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ସେପଟେ ଆଜି ନରେନ୍ଦ୍ର ପୁଷ୍କରଣୀରେ ଭଉଁରୀ ତିଥି ପାଳନ କରାଯିବ। ୨୧ ଘେରା ଚାପ ଖେଳିବେ ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ପଞ୍ଚୁପାଣ୍ଡବ ଓ ରାମକୃଷ୍ଣ। ଆଜି ଅପରାହ୍ନ ୪ଟାରେ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ମହାପ୍ରଭୁ ମଣି ବିମାନରେ ବାହାରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯିବେ । ଏଥିପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comments are closed.