ଗ୍ରୀଷ୍ମତାପ ଜନିତ ସମସ୍ୟାର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗକୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର – କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ପ୍ରଖର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଗ୍ରୀଷ୍ମ ତାପର ମୁକାବିଲା ପାଇଁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସବୁ ଜିଲ୍ଲାପାଳ ଓ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଚଣ୍ଡ ଖରାରେ ଅଂଶୁଘାତ ଭଳି ସମସ୍ୟାର ମୁକାବିଲା ପାଇଁ ଜନସାଧାରଣଙ୍କ ମଧ୍ୟରେ ଆବଶ୍ୟକ ସଚେତନତା ପ୍ରସାର ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମତାପ ଜନିତ ସମସ୍ୟାର ମୁକାବିଲା ପାଇଁ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର/ ଜନସ୍ୱାସ୍ଥ୍ୟ କେନ୍ଦ୍ର/ଉପଖଣ୍ଡ ସ୍ତରୀୟ ଓ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଉପଲବ୍ଧ ଚିକିତ୍ସା ସୁବିଧାର ସମୀକ୍ଷା କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କୁ ଅନୁରୋଧ କରିଛନ୍ତି।

Comments are closed.