ପଶ୍ଚିମ ଓଡିଶା ପାଲଟିଲା ତତଲା କଢ଼େଇ : ୪୬. ୩ ଡିଗ୍ରୀ ସହ ବଲାଙ୍ଗୀର ଉତ୍ତପ୍ତ ସହର, ୧୦ ସହରର ତାପମାତ୍ରା ୪୪ ଡିଗ୍ରୀ କିମ୍ବା ଅଧିକ

ଭୁବନେଶ୍ୱର – ରାଜ୍ୟରେ ପୁଣି ଅସହ୍ୟ ଗ୍ରୀଷ୍ମ ଯନ୍ତ୍ରଣା । ବିଶେଷକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ତାତି ଅନୁଭୂତ ହୋଇଛି। ଆଜି ଚାରି ସହରର ତାପମାତ୍ରା ୪୬ ଡିଗ୍ରୀ ଛୁଇଁଛି । ୧୦ ସହରର ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ଆଜି ବଲାଙ୍ଗିର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୬.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୪୬.୨ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସୋନପୁର ଦ୍ୱିତୀୟ ଉତ୍ତପ୍ତ ସହର ହୋଇଛି। ଟିଟିଲାଗଡ ଓ ଝାରସୁଗୁଡାରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସମ୍ବଲପୁରରେ ୪୫.୬, ବୋୖଦ୍ଧରେ ୪୫.୩, ହୀରାକୁଦରେ ୪୫.୧, ଭବାନୀପାଟଣାରେ ୪୪.୫, ନୂଆପଡ଼ା ଓ ବରଗଡ଼ରେ ୪୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମ୍ ଥିଲେ ମଧ୍ୟ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି। ଭୁବନେଶ୍ୱରରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୯.୮ ଡିଗ୍ରୀ ସେଲସିୟସ ଥିଲା ।

Comments are closed.