ଯୁକ୍ତ ଦୁଇ ଫଳ ରିଚେକିଂ ପାଇଁ ଆଜିଠୁ ଆବେଦନ 

ଭୁବନେଶ୍ୱର – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ -ସିଏଚ୍‌‌ଏସ୍‌‌ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ରିଚେକିଂ ପାଇଁ ଆଜିଠାରୁ ଆବେଦନ କରିହେବ । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଇଚ୍ଛୁକ ଛାତ୍ରଛାତ୍ରୀମାନେ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅନ୍‌‌ଲାଇନ୍‌‌ରେ ମୂଲ୍ୟାୟନ ହୋଇଥିବା ବିଷୟଗୁଡିକର ସଫ୍ଟ କପି ଆବେଦନକାରୀଙ୍କୁ ମେସେଜ ଓ ମେଲ୍‌‌ରେ ଲିଙ୍କ୍‌‌ ମାଧ୍ୟମରେ ଜୁନ୍‌‌ ୧୦ରୁ ୨୦ ତାରିଖ ମଧ୍ୟରେ ପ୍ରଦାନ କରାଯିବ। ଆବେଦନକାରୀ ଏହି ସମୟ ମଧ୍ୟରେ ଲିଙ୍କ୍‌‌ ନପାଇଲେ ବା ଅନ୍ୟ ବୈଷୟିକ ତ୍ରୁଟି ପାଇଁ ୨୨ ତାରିଖ ମଧ୍ୟରେ coechserecheck@gmail.com ରେ ମେଲ୍‌‌ କରି ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବାକୁ କୁହାଯାଇଛି।

ଅଫ୍‌‌ଲାଇନ୍‌‌ରେ ମୂଲ୍ୟାୟନ ହୋଇଥିବା ବିଷୟଗୁଡିକର ରେଜଲ୍ଟର ଫଟୋକପି ଆବେଦନକାରୀଙ୍କୁ ପ୍ରଦାନ କରାଯିବ। ରିଚେକିଂ ପାଇଁ ଗୋଟିଏ ବିଷୟ ପ୍ରତି ୨ଶହ ଟଙ୍କା ଫି’ ଧାର୍ଯ୍ୟ କରାଯାଇଛି ।

Comments are closed.