ଦିନ ଗୋଟାଏ ସୁଦ୍ଧା ମତଦାନ ହାର ୩୭.୬୪ ପ୍ରତିଶତ 

ଭୁବନେଶ୍ୱର – ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ୬ ଲୋକସଭା ଆସନ -କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଂଜ ଓ ଏସବୁ ଆସନ ଅଧୀନସ୍ଥ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ଭୋଟ୍‌ ଗ୍ରହଣ । ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୭.୬୪ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ଦିନ ଗୋଟାଏ ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ପ୍ରତିଶତ ମତଦାନ ହୋଇଛି । ଏଠାରେ ମତଦାନ ହାର ୪୦.୭୧ ପ୍ରତିଶତ ରହିଛି । ଭଦ୍ରକରେ ୩୬.୬୪%, ଜଗତସିଂହପୁରରେ ୩୮.୮୨ %, ଯାଜପୁରରେ ୩୩.୯୬ %, କେନ୍ଦ୍ରାପଡ଼ାରେ ୩୫.୮୪% ଓ ମୟୂରଭଞ୍ଜରେ ୪୦.୦୯ ପ୍ରତିଶତ ଭୋଟିଂ ହୋଇଛି ।

Comments are closed.