ଏଥର ନିର୍ବାଚନରେ ରାଜ୍ୟରେ ମତଦାନ ହାର ୨୦୧୯ ଅପେକ୍ଷା ଅଧିକ, ମହିଳାଙ୍କ ମତଦାନ ହାର ସର୍ବାଧିକ

ଭୁବନେଶ୍ୱର – ଏଥର ଓଡ଼ିଶାରେ ପୋଷ୍ଟାଲ ବ୍ୟାଲଟ୍ ମାଧ୍ୟମରେ ବିଧାନସଭା ନିର୍ବାଚନ ପାଇଁ ମୋଟ ୧.୪୬ ଲକ୍ଷ ଓ ଲୋକସଭା ପାଇଁ ୧.୪୭ ଲକ୍ଷ ଭୋଟ୍ ପଡ଼ିଛି । ରାଜ୍ୟରେ ଚଳିତଥର ମତଦାନ ହାର ୨୦୧୯ ନିର୍ବାଚନ ଅପେକ୍ଷା ବୃଦ୍ଧି ପାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି। ୨୦୧୯ ନିର୍ବାଚନରେ ରାଜ୍ୟରେ ମତଦାନ ହାର ୭୩.୦୯ ପ୍ରତିଶତ ଥିବାବେଳେ ଏଥର ୭୪.୪୪% କୁ ବୃଦ୍ଧି ପାଇଛି ।

ଏଥର ସାଧାରଣ ନିର୍ବାଚନରେ ପୁରୁଷଙ୍କ ମତଦାନ ହାର ୭୩.୩୭ ପ୍ରତିଶତ ଓ ମହିଳାଙ୍କ ମତଦାନ ହାର ୭୫.୫୫ ପ୍ରତିଶତ ରହିଛି। ମହିଳାଙ୍କ ମତଦାନ ହାର ପୁରୁଷ ଭୋଟର ତୁଳନାରେ ପ୍ରାୟ ୨ ପ୍ରତିଶତ ଅଧିକ ରହିଛି । ଏଥର ନିର୍ବାଚନରେ ୧୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ହାର ବୃଦ୍ଧି ପାଇଛି । ଅନ୍ୟ ୫ଟି ସଂସଦୀୟ କ୍ଷେତ୍ରରେ ମତଦାନ ହାର ହ୍ରାସ ପାଇଛି । ଆସିକା ସଂସଦୀୟ କ୍ଷେତ୍ରରେ ସର୍ବାଧିକ ପ୍ରାୟ ୩ ପ୍ରତିଶତ ମତଦାନ ହାର ହ୍ରାସ ପାଇଛି । ୨୦୧୯ରେ ଏହି ସଂସଦୀୟ କ୍ଷେତ୍ରରେ ୬୫.୭୦% ମତଦାନ ଥିବାବେଳେ ଚଳିତଥର ଏହା ୬୨.୬୭% ରହିଛି । ସେହିପରି କେନ୍ଦ୍ରାପଡ଼ାରେ ୧ ପ୍ରତିଶତ ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ୧ ପ୍ରତିଶତରୁ ଅଧିକ ମତଦାନ ହାର ହ୍ରାସ ପାଇଛି । ଭଦ୍ରକ ଓ ବ୍ରହ୍ମପୁରରେ ମତଦାନ ହାର ହ୍ରାସ ସ୍ୱଳ୍ପ ରହିଥିବା ସିଇଓ ସୂଚନା ଦେଇଛନ୍ତି।

Comments are closed.