ଜନାଦେଶ ୨୦୨୪: ଏନଡିଏକୁ ଟକ୍କର ଦେଉଛି ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ: କେନ୍ଦ୍ରରେ ଏଥର କାହାର ସରକାର ? ମୋଦୀଙ୍କ ନେତୃତ୍ଵାଧୀନ ଏନଡିଏ କରିବ କି ହ୍ୟାଟ୍ରିକ ନା ବିରୋଧୀ ‘ଇଣ୍ଡିଆ’ ମେଣ୍ଟ କରିବ ଚମତ୍କାର? ଆଜି ସ୍ପଷ୍ଟ ହୋଇଯିବ ଏହି ସବୁ ପ୍ରଶ୍ନର ଉତ୍ତର । ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ୪୪ ଦିନ ଧରି ୭ ପର୍ଯ୍ୟାୟ ମତଦାନ ପରେ ମଙ୍ଗଳବାର (ଜୁନ୍ ୪) ଭୋଟ୍ ଗଣତି ଆରମ୍ଭ ହୋଇଛି । ଜନାଦେଶ କେଉଁ ଆଡ଼କୁ ଯାଉଛି ସେନେଇ ଧୀରେ ଧୀରେ ଟ୍ରେଣ୍ଡ ଆସିବାରେ ଲାଗିଛି। ଅପରାହ୍ନ ସୁଦ୍ଧା ସ୍ଥିତି ପୂରା ସ୍ପଷ୍ଟ ହୋଇଯିବ। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଏନଡିଏକୁ ବିରୋଧୀ ଇଣ୍ଡିଆ ମେଣ୍ଟ କଡ଼ା ଟକ୍କର ଦେଉଛି ‌ । ବିଜେପି ୨୭୨ ଆସନରେ ଆଗୁଆ ରହିଥିବା ବେଳେ ଇଣ୍ଡିଆ ମେଣ୍ଟ ୨୨୨ ଆସନରେ ଆଗୁଆ ଚାଲିଛି। କଂଗ୍ରେସ ଗତଥର ତୁଳନାରେ ଭଲ ପ୍ରଦର୍ଶନ କରୁଛି । ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରର ବିଜେପିକୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡ଼ିଛି।

Comments are closed.