୨୪ ବର୍ଷ ଧରି ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲା ବିଜେଡି

ଭୁବନେଶ୍ୱର – ରାଜ୍ୟରେ ଜନତା ଜନାର୍ଦ୍ଦନଙ୍କ ଫଇସଲାକୁ ସମ୍ମାନ ଦେଇ ବିଧାନସଭା ନିର୍ବାଚନର ଫଳାଫଳକୁ ଗ୍ରହଣ କରିଛି ବିଜୁ ଜନତା ଦଳ । ଫଳାଫଳ ସ୍ପଷ୍ଟ ହେଲା ପରେ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ପ୍ରେସମିଟ କରାଯାଇଥିଲା । ବିଜେଡିକୁ ଗତ ୨୪ ବର୍ଷ ଧରି ଆଶୀର୍ବାଦ କରିଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛି ଦଳ ।

ଆପଣଙ୍କ ଆଶୀର୍ବାଦରେ ବିଜେଡି ୫୧ ଆସନରେ ଜିତୁଛି । ଏଥିପାଇଁ ସାଢ଼େ ୪ କୋଟି ଓଡ଼ିଆଙ୍କୁ ଦଳ ଧନ୍ୟବାଦ ଜଣାଉଛି ବୋଲି ସାଂସଦ ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଓ ସୁଲତା ଦେଓ କହିଥିଲେ ।

Comments are closed.