ଭାରତୀୟ ଫୁଟବଲରେ ଯୁଗାବସାନ: ସୁନୀଲ ଛେତ୍ରୀଙ୍କ ସନ୍ନ୍ୟାସ

କୋଲକାତା: ଭାରତୀୟ ଫୁଟବଲର ପୋଷ୍ଟର ବୟ ସୁନୀଲ ଛେତ୍ରୀ ନିଜ ଗୌରବମୟ କ୍ୟାରିୟରରେ ଟାଣିଛନ୍ତି ପୂର୍ଣ୍ଣଛେଦ। କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଗୁରୁବାର କ୍ୟାରିୟରର ଶେଷ ମ୍ୟାଚ୍ ଖେଳିଛନ୍ତି ଏହି ସୁପରଷ୍ଟାର । କୁଏତ ବିପକ୍ଷ ବିଶ୍ଵକପ୍ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ—୨ ମ୍ୟାଚ୍ ଖେଳି ଛେତ୍ରୀ ଅନ୍ତର୍ଜାତୀୟ ଫୁଟବଲକୁ ଅଲବିଦା ଜଣାଇଛନ୍ତି। ଏଥିସହ ଭାରତୀୟ ଫୁଟବଲରେ ଏକ ଯୁଗର ଅବସାନ ଘଟିଛି ।

ଏହି ମ୍ୟାଟି ଗୋଲଶୂନ୍ୟ ରହି ଶେଷ ହୋଇଥିଲେ ମଧ୍ୟ ୧୪୦ କୋଟି କୁଏତ ବିପକ୍ଷ ମ୍ୟାଚ୍ ପରେ ସୁନୀଲ ଭାରତୀୟଙ୍କ ପାଇଁ ଏହା ସ୍ଵତନ୍ତ୍ର ରହିଥିଲା। ସଲ୍ଟ ଲେକ୍ ଷ୍ଟାଡିୟମରେ ୫୮୯୨୧ ଜଣ ଦର୍ଶକ ଉପସ୍ଥିତ ରହି ଛେତ୍ରୀ ଓ ଭାରତକୁ ଉତ୍ସାହିତ ଭାରତୀୟ ଖେଳାଳି ଓ ଅଫିସିଆଲ୍। କରିଥିଲେ। ଭାରତ ପାଇଁ ଦୀର୍ଘ ୧୯ ବର୍ଷ ଧରି ଖେଳିଥିବା ଛେତ୍ରୀ ୧୫୧ ଅନ୍ତର୍ଜାତୀୟ ମ୍ୟାଚରେ ୯୪ ଗୋଲ୍ କରିଛନ୍ତିି।

ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ଗୋଲ କରିଥିବା ସକ୍ରିୟ ଖେଳାଳିଙ୍କ ମଧ୍ୟରେ କ୍ରିଷ୍ଟିଆନୋ ରୋନାଲ୍ଡ ଓ ଲିଓନେଲ ମେସିଙ୍କ ପରେ ଛେତ୍ରୀ ତୃତୀୟ ସ୍ଥାନରେ ରହି ଅବସର ନେଇଛନ୍ତି। ମ୍ୟାଚ୍ ପରେ ସୁନୀଲ ଛେତ୍ରୀଙ୍କୁ ଭାରତୀୟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ ଗାର୍ଡ ଅଫ ଅନର ପ୍ରଦାନ କରିଥିବା ବେଳେ ସେ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ। କୁଏତ ବିପକ୍ଷ ଡ୍ର ପରେ ଭାରତ ୫ ମ୍ୟାଚରୁ ଗୋଟିଏ ବିଜୟ ଓ ୨ ଡ୍ର ସହ ୫ ପଏଣ୍ଟ ଅର୍ଜନ କରିଛି। ଭାରତ ଏହାର ଶେଷ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଏସିଆନ୍ ଚାମ୍ପିୟନ କାତାର ବିପକ୍ଷରେ ଖେଳିବ।

Comments are closed.