ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇ ପ୍ରାଣ ହରାଇଲେ ୨ ଏନଆଇଟି ଛାତ୍ର, ୪ ଉଦ୍ଧାର

ରାଉରକେଲା – ବ୍ରାହ୍ମଣୀ ନଦୀରେ ଅଘଟଣ । ବ୍ରାହ୍ମଣୀ ନଦୀରେ ବୁଡ଼ି ଏନ୍ଆଇଟିର ଦୁଇ ଛାତ୍ର ପ୍ରାଣ ହରାଇଛନ୍ତି। ବ୍ରାହ୍ମଣୀ ନଦୀର ବେଦବ୍ୟାସ ଘାଟରେ ଏନଆଇଟିର ୬ ଜଣ ଛାତ୍ରଛାତ୍ରୀ ଗାଧୋଉଥିବା ବେଳେ ବୁଡି ଯାଇଥିଲେ । ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୨ ଜଣଙ୍କର ମୃତଦେହ ଉଦ୍ଧାର କରିଛି ଓଡ୍ରାଫ ଟିମ୍।

ମୃତ ଦୁଇ ଛାତ୍ର ହେଲେ ପିପିଲିର ସମୀର ଶିବକୁମାର ନାୟକ ଓ ଜଳେଶ୍ବରର ରଜତ ସାହୁ । ଉଦ୍ଧାର ହୋଇଥିବା ଛାତ୍ରଛାତ୍ରୀମାନେ ହେଲେ ଆନନ୍ଦପୁରର ସମ୍ବୋଧନ ସାହୁ, ଭୁବନେଶ୍ବରର ଅଭିଲିପ୍ସା ପ୍ରଧାନ, ବୈଷ୍ଣୋଦେବୀ ଓ ତପନ କୁମାର ପ୍ରଧାନ ।

ଛାତ୍ରଛାତ୍ରୀମାନେ ଏନଆଇଟିରେ ସମର ଇଣ୍ଟର୍ନସିପ କରିବାକୁ ଆସିଥିଲେ । ଗାଧୋଉଥିବା ସମୟରେ ସମସ୍ତେ ନଦୀରେ ବୁଡ଼ିଯାଇଥିଲେ ।

Comments are closed.