ପର୍ଯ୍ୟାୟକ୍ରମେ ରାଜ୍ୟରେ ସକ୍ରିୟ ହେବ ମୋୖସୁମୀ, ଗରମ ଓ ଗୁଳୁଗୁଳି ଜାରି

ଭୁବନେଶ୍ୱର – ରାଜ୍ୟର ଦକ୍ଷିଣାଞ୍ଚଳରେ ମୋୖସୁମୀ ବାୟୁ ପ୍ରବେଶ କରିଛି । ମାଲକାନଗିରିରେ ସକ୍ରିୟ ରହିଛି ମୋୖସୁମୀ ବାୟୁ। କିନ୍ତୁ ସାରା ରାଜ୍ୟରେ ମୋୖସୁମୀ ବ୍ୟାପି ନାହିଁ। ରାଜ୍ୟରେ ଗରମ ଓ ଗୁଳୁଗୁଳି ଜାରି ରହିଛି। ଆସନ୍ତା ୨ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମଲହରୀ ପ୍ରଭାବ ରହିବ । ଆଜିଠୁ ୧୨ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମଲହରୀ ଜାରି ରହିବ ।

ଶନିବାର ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡ଼ିଶାରେ ପ୍ରଥମେ ମୌସୁମୀ ବାୟୁ ପ୍ରବେଶ କରିଛି ।ମାଲକାନଗିରି ଜିଲ୍ଲାର ଅଧିକାଂଶ ସ୍ଥାନରେ ମୌସୁମୀ ସକ୍ରିୟ ରହିଛି । ପର୍ଯ୍ୟାୟ କ୍ରମେ ରାଜ୍ୟର ଅନ୍ୟ ଅଞ୍ଚଳରେ ଏହା ସକ୍ରିୟ ହେବ । ନିର୍ଦ୍ଧାରିତ ସମୟର ୪ ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ସ୍ପର୍ଶ କରିଛି ।

Comments are closed.