ରାଜ୍ୟରେ ହିଟୱେଭ ଜନିତ ମୃତ୍ୟୁ ୪୧କୁ ବୃଦ୍ଧି

ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ୪୧ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ଏହି ସୂଚନା ଦେଇଛନ୍ତି। ଏସଆରସିଙ୍କ ରିପୋର୍ଟ ଅନୁସାରେ ୪୧ ଜଣଙ୍କ ମୃତ୍ୟୁ ଗ୍ରୀଷ୍ମତାପ ଜନିତ । ହିଟ୍‌ଓ୍ବେଭ୍‌ ଅଭିଯୋଗ ଥିବା ୭୩ଟି ମୃତ୍ୟୁ ମାମଲାର ତଦନ୍ତ ଚାଲିଛି । କିଛି ମୃତଦେହର ପୋଷ୍ଟମର୍ଟମ ନକରି ପରିବାରଲୋକ ନେଇ ଯାଇଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ରବିବାର ୧୬ଟି ହିଟ୍‌ଓ୍ବେଭ୍‌ ମାମଲା ଆସିଛି । ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୨ ହଜାର ୨ ଶହ ୬୯ ହିଟ୍‌ଓ୍ବେଭ୍‌ ରୋଗୀ ଚିକିତ୍ସା ପାଇଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Comments are closed.