ମୌସୁମୀ ଆଗକୁ ବଢ଼ିବା ନେଇ ସ୍ଥିତି ଅନୁକୂଳ ନାହିଁ

ଭୁବନେଶ୍ୱର – ରାଜ୍ୟରେ ମୌସୁମୀ ବାୟୁ ଆଗକୁ ବଢ଼ିବା ଲାଗି ବର୍ତ୍ତମାନ ସ୍ଥିତି ଅନୁକୂଳ ନାହିଁ । ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ମୌସୁମୀ ବାୟୁ ଅଗ୍ରସର ହୋଇନପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ମୌସୁମୀ ସକ୍ରିୟ ହେଉନଥିବାରୁ ଉତ୍ତର ପଶ୍ଚିମ ଦିଗରୁ ପବନ ପ୍ରବେଶ କରୁଛି ।

ଉତ୍ତର ପଶ୍ଚିମରୁ ପବନ ପ୍ରବେଶ କାରଣରୁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏଥିସହ ପ୍ରବଳ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି ।
ଆଗାମୀ ୫ ଦିନ ଯାଏଁ ଉତ୍ତର ଓ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ସ୍ଥିତି ଲାଗି ରହିବ । ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ନେଇ ପୂର୍ବାନୁମାନ କରାଯାଇଛି ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି।

Comments are closed.