ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ନବୀନଙ୍କୁ ନିମନ୍ତ୍ରଣ କଲା ବିଜେପି

ଭୁବନେଶ୍ୱର – ଆସନ୍ତାକାଲି ଶପଥ ଗ୍ରହଣ କରିବେ ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଗଠନ ହେବ ବିଜେପି ସରକାର । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ବିଜେପି ପକ୍ଷରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ନବୀନ ନିବାସ ଯାଇ ବିଜେଡି ସଭାପତିଙ୍କୁ ନିମନ୍ତ୍ରଣ କରିଛନ୍ତି ।

ଆସନ୍ତାକାଲି ଜନତା ମଇଦାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ହେବ । ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ଆଜି ସ୍ପଷ୍ଟ ହେବ । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଆଜି ବିଜେପି ବିଧାୟକ ଦଳର ବୈଠକ ବସି ସର୍ବସମ୍ମତିକ୍ରମେ ନେତା ନିର୍ବାଚନ ହେବା ସମ୍ଭାବନା ରହିଛି।

Comments are closed.