ଜାତୀୟ ରାଙ୍କିଂ ସନ୍ତରଣ ପ୍ରତିଯୋଗିତାରେ ଓଡିଶାର ମନ୍ନତା ମିଶ୍ରଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର – ଜାତୀୟ ରାଙ୍କିଂ ସନ୍ତରଣ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଶାର ଉଦୀୟମାନ ପ୍ରତିଭା ମନ୍ନତା ମିଶ୍ର । ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ମନ୍ନତା । ପ୍ରତିଯୋଗିତାରେ ଏହା ହେଉଛି ମନ୍ନତାଙ୍କ ଦ୍ୱିତୀୟ ପଦକ । ପୂର୍ବରୁ ସେ ୫୦ ମିଟର ଇଭେଣ୍ଟରେ ରୋୖପ୍ୟ ପଦକ ହାସଲ କରିଥିଲେ। ଚଳିତ ପ୍ରତିଯୋଗିତାରେ ମନ୍ନତାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ଗତ ବର୍ଷକ ମଧ୍ୟରେ ମନ୍ନତା ରାଜ୍ୟର ଜଣେ ଅଗ୍ରଣୀ ସନ୍ତରଣକାରୀ ଭାବେ ମୁଣ୍ଡ ଟେକିଛନ୍ତି ।

Comments are closed.