ମୁଖ୍ୟମନ୍ତ୍ରୀ ଭାବେ ଶପଥ ପୂର୍ବରୁ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମୋହନ ମାଝୀ

ଭୁବନେଶ୍ବର – ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମୋହନ ଚରଣ ମାଝୀ ନବୀନ ନିବାସରେ ପହଞ୍ଚି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସୈ।ଜନ୍ୟମୂଳକ ସାକ୍ଷାତ କରିଛନ୍ତି । ନବୀନଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଘୋଷିତ ହୋଇଥିବା ମୋହନ ମାଝୀ । ତାଙ୍କୁ ନବୀନଙ୍କ ଆଶୀର୍ବାଦ ମିଳିଛି ବୋଲି କହିଛନ୍ତି ମୋହନ ମାଝୀ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଗତକାଲି ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ ନବୀନ ନିବାସ ଯାଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲା ।

Comments are closed.