ଏଥର ରଜରେ ପ୍ରବଳ ଗୁଳୁଗୁଳି , ଆଗାମୀ ୪୮ ଘଣ୍ଟା ହିଟୱେଭ୍

ଭୁବନେଶ୍ୱର – ଏଥର ଶୁଖିଲା ରଜ ପାଳନ କରିବେ ରାଜ୍ୟବାସୀ। କାହିଁକି ନା ରାଜ୍ୟରେ ମୋୖସୁମୀ ବାୟୁ ଏବେ କେବଳ ମାଲକାନଗିରି ଓ କୋରାପୁଟରେ ହିଁ ସକ୍ରିୟ ରହିଛି। ଏହା ଅଗ୍ରସର ହୋଇପାରୁନାହିଁ। ରଜରେ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ଆଗାମୀ ୪୮ ଘଣ୍ଟା ଯାଏ ହିଟ୍ ୱେଭ ଲାଗି ରହିବ ଓ ଆଗାମୀ ୫ ଦିନ ଯାଏଁ ଉପକୂଳରେ ପ୍ରବଳ ଗୁଳୁଗୁଳି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ରାଜ୍ୟରେ କାଳବୈଶାଖୀ ବର୍ଷାର ମଧ୍ୟ ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩୦ ରୁ ୪୦ କିମି ବେଗରେ ପବନ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ଆସନ୍ତା ୩-୪ ଦିନ ମଧ୍ୟରେ ଆଗକୁ ବଢ଼ିବ ମୌସୁମୀ । ଏବେ ମାଲକାନଗିରି ଓ କୋରାପୁଟରେ ସକ୍ରିୟ ରହିଛି ।

Comments are closed.